ଅକ୍ଟୋବର ୧୫ରୁ ଓଡିଶାରେ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା: ଆଇଏମଡି

ଆସନ୍ତା ଅକ୍ଟୋବର ୧୫ରୁ ଓଡିଶାରେ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ ।

ସେପ୍ଟେମ୍ବରରେ ସ୍ୱାଭାବିକ ବର୍ଷା

ଭୁବନେଶ୍ୱର,୫/୯: ଆସନ୍ତା ଅକ୍ଟୋବର ୧୫ରୁ ଓଡିଶାରେ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ । ଅଗଷ୍ଟ ମାସରେ ମୌସୁମୀ ଦୁର୍ବଳ ଥିଲା କିନ୍ତୁ ବର୍ଷା ସ୍ୱାଭାବିକ ହୋଇଛି, କିଛି ଜିଲ୍ଲାରେ ବର୍ଷା ଅଧିକ ହୋଇଥିବା ବେଳେ ଅନେକ ଜିଲ୍ଲ୍‌ାରେ ସ୍ୱାଭାବିକ ବର୍ଷା ହୋଇଥିଲା । ସେପ୍ଟେମ୍ବର ମାସରେ ମଧ୍ୟ ସାରା ଓଡିଶାରେ ବର୍ଷା ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଅନ୍ୟପକ୍ଷରେ ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେହିଭଳି ସେପ୍ଟେମ୍ବର ୧୧ରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାଫଳରେ ସେପ୍ଟେମ୍ବର ୧୩ ସୁଦ୍ଧା ଆଉ ଏକ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ପୁର୍ବାନୁମାନ କରିଛି ।