ଖୁବ ଶୀଘ୍ର ଭୁବନେଶ୍ବର- ଅମରଦା ମଧ୍ୟରେ ବିମାନ ସେବା

ଉଡାନ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାକୁ ଉଡିବ ବିମାନ ।

ରାଜ୍ୟର ୬ଷ୍ଠ ବିମାନବନ୍ଦର

ଭୁବନେଶ୍ୱର: ଉଡାନ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାକୁ ଉଡିବ ବିମାନ । ଖୁବ ଶୀଘ୍ର ଭୁବନେଶ୍ୱର-ଅମରଦା ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବର- ଅମରଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ହେବା ପରେ ଏହା ରାଜ୍ୟର ୬ଷ୍ଠ ବିମାନବନ୍ଦର ହେବ।
ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଚିଠି ଲେଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଲେଖିଛନ୍ତି, ଅମରଦା ରୋଡ୍ ଏୟାରଷ୍ଟ୍ରିପ୍ ଉଡ଼ାନ ଡକ୍ୟୁମେଣ୍ଟରେ ଅଣ-ସେବାପ୍ରାପ୍ତ ବିମାନବନ୍ଦର ତାଲିକାରେ ଉପଲବ୍ଧ ଅଛି। ଉଡାନ ୪.୨ ଅଧୀନରେ ଏହାକୁ ଆରସିଏସ ବିମାନ ଚଳାଚଳ ପାଇଁ ବିକାଶ ପାଇଁ ଚିହ୍ନଟ କରାଯାଇଛି । ଭୁବନେଶ୍ୱର-ଅମରଦା-ଭୁବନେଶ୍ୱର ରୁଟକୁ ଏୟାର ଟ୍ୟାକ୍ସିକୁ ବିମାନ ଚଳାଚଳ ପାଇଁ ଦିଆଯାଇଛି। ଉଡାନ ଯୋଜନାରେ ଅମରଦା ରୋଡ୍ ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଜମି ହସ୍ତାନ୍ତର କରାଯିବା ପରେ ଏୟାରଷ୍ଟ୍ରିପରେ ବିକାଶ କାର୍ଯ୍ୟ ଆରମ୍ଭ କରାଯିବ ।