ଗଣେଶ ପୂଜାରେ ନୂଆ ସଂସଦ ଭବନ

ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ।

୧୮ରେ ପୁରୁଣା ସଂସଦ ଭବନରେ ହେବ ଅଧିବେଶନ

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ହେବ।
ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ। ହେଲେ,ସେପ୍ଟେମ୍ବର ୧୯ରେ ଗଣେଶ ଚତୁର୍ଥୀରେ ଏହି ଅଧିବେଶନ ନୂତନ ସଂସଦ ଭବନରେ ଚାଲିବ।
ସୂଚନାଯୋଗ୍ୟ, ଜୁନ୍ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଥିଲେ।