କଂଗ୍ରେସରୁ ଲଢିବେନି ସୁର ରାଉତରାୟଙ୍କ ପୁଅ

ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନରେ କଂଗ୍ରେସରୁ ଲଢିବେ ନାହିଁ।

ବାପାଙ୍କ ଭଳି ନିସ୍ୱାର୍ଥପର ସେବା କରିବି: ମନ୍ମଥ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିବେ ନାହିଁ। ଏ ନେଇ ଗଣମାଧ୍ୟମରେ ଘୋଷଣା କରି ସାରିଛନ୍ତି। ସେ ଜନତାଙ୍କ ପାଇଁ କାମ କରିବେ କିନ୍ତୁ କୌଣସି ଦଳୀୟ ବ୍ୟାନରରେ ନୁହେଁ ବୋଲି ମନ୍ମଥ କହିଛନ୍ତି।

ଗଣମାଧ୍ୟମରେ ମନ୍ମଥ କହିଛନ୍ତି ଯେ “ମୁଁ ଜଣେ କର୍ମକର୍ତ୍ତା ଏବଂ ମୁଁ ଜନତାଙ୍କ ପାଇଁ କାମ କରିବି କିନ୍ତୁ କୌଣସି ଦଳୀୟ ବ୍ୟାନରରେ ନୁହେଁ। ଅକ୍ଟୋବରରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିବି। ମୋ ବାପା ତାଙ୍କ ଜୀବନର ୬୦ ବର୍ଷ ଦଳକୁ ଦେଇଥିବାରୁ ସେ କଂଗ୍ରେସରୁ ଲଢ଼ିବାକୁ ଆଗ୍ରହୀ ହୋଇପାରନ୍ତି। କିନ୍ତୁ ମୋତେ ନିଜେ ନିଷ୍ପତ୍ତି ନେବାର ସ୍ୱାଧୀନତା ଦିଆଯାଇଛି। ମୋର ନିଜର ଚିନ୍ତାଧାରା ଏବଂ ପରିଚୟ ଅଛି। ବ୍ୟକ୍ତିଗତ ସ୍ତରରେ ଏହା ଉପରେ ଚିନ୍ତା କରିବା ପରେ ଏବଂ ନିର୍ବାଚନ ମଣ୍ଡଳୀର ଲୋକଙ୍କ ମତାମତକୁ ବିଚାରକୁ ନେବା ପରେ ମୁଁ ୨୦୨୪ରେ କଂଗ୍ରେସରୁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ମୋ ବିଷୟରେ ଅନେକ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ମୁଁ ଏହା ସ୍ପଷ୍ଟ କରିବାର ଆବଶ୍ୟକତା ଅନୁଭବ କରୁଛି। ଏହା ସହ ବାପାଙ୍କ ପରମ୍ପରାକୁ ଆଗକୁ ନେବେ ଏବଂ ନିଃସ୍ୱାର୍ଥପର ସେବାର ସମାନ ଫର୍ମୁଲା ଅନୁସରଣ କରିବେ” ବୋଲି ମନ୍ମଥ କହିଛନ୍ତି।