ପୂର୍ବାଂଚଳରେ ଶ୍ରେଷ୍ଠ ସ୍ମାର୍ଟ ସିଟି ଭୁବନେଶ୍ୱର

‘ପୂର୍ବାଂଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ଆୱାର୍ଡ ପାଇଛି ଭୁବନେଶ୍ୱର ।

ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ-୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର: ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ-୨୦୨୩ରେ ଭୁବନେଶ୍ୱରକୁ ମିଳିଛି ସମ୍ମାନଜନକ ପୁରସ୍କାର । ‘ପୂର୍ବାଂଚଳର ଶ୍ରେଷ୍ଠ ସ୍ମାର୍ଟ ସିଟି’ ଆୱାର୍ଡ ପାଇଛି ଭୁବନେଶ୍ୱର । ଏହା ବ୍ୟତୀତ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପ୍ରକଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ହନିମେଲ ଅଟୋମେସନକୁ ପ୍ରଦାନ କରାଯାଇଥିବା ‘ପାର୍ଟନର ଏମ ଏସ ଆଇ ପୁରସ୍କାର’ ମଧ୍ୟ ଭୁବନେଶ୍ୱରକୁ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।
ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଇଣ୍ଡିଆ ସ୍ମାର୍ଟ ସିଟି କନକ୍ଲେଭ-୨୦୨୩ରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ପ୍ରତିନିଧି, ମେୟର ସୁଲୋଚନା ଦାସ, ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏମସିଏଲ)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରାଙ୍କ ସମେତ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଏହି ପୁରସ୍କାର ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।