ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ ଧର୍ମଘଟ

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ ଧର୍ମଘଟ କରିବାକୁ ବସ ସଂଘ ନିଷ୍ପତି ନେଇଛି ।

ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ: ବସ ସଂଘ ସମ୍ପାଦକ

ଭୁବନେଶ୍ୱର: ସରକାରଙ୍କ ଏଲଏସିଏମ (ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍‌) ଯୋଜନାକୁ ବିରୋଧ କରି ବସ ମାଲିକମାନେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାରା ରାଜ୍ୟରେ ବସ ଧର୍ମଘଟ କରିବାକୁ ଘୋଷଣା କରିଛି । ମାଲକାନଗିରିରୁ କୋରାପୁଟ ଯାଏ ଆରମ୍ଭ ହେବାକୁ ଥିବା ବସ ସେବା ମଧ୍ୟ ଅକ୍ଟୋବର ୨ ତାରିଖରେ ବନ୍ଦ ରହିବ ।
ବସ ସଂଘ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ସାହୁ କହିଛନ୍ତି, ସରକାର ଆମ ଦାବି ପ୍ରତି ଧ୍ୟାନ ନଦେବାରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବାକୁ ବାଧ୍ୟ ହେଉଛୁ । ସରକାର ଏଲଏସିସିଏମଆଇ ଓ ମୋ ବସ୍ ଯୋଜନା ଯୋଜନା ସମ୍ପର୍କରେ ସ୍ପଷ୍ଟ ନୀତି ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।