ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଆଳିଠାରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଯୋଗ ଦେଲେ ସୁନାମଧନ୍ୟ କଣ୍ଠଶିଳ୍ପୀ

ପୁରୀ, ୨୮/୯: ପୁରୀ ଜିଲ୍ଲାର ବାଲିଗୁଆଳି ପୁରୀ-୨ ଠାରେ ସ୍ଥାନୀୟ ମଧୁସୂଧନ ଯୁବକ ସଂଘ ଆନୁକୁଲ୍ୟରେ ସାପ୍ତାହିକ ବ୍ୟାପୀ ଗଣେଶ ପୂଜା ଉପଲକ୍ଷେ ପୁରୀ ଜିଲ୍ଲାର ବାଲିଗୁଆଳି ପୁରୀ-୨ ଠାରେ ସ୍ଥାନୀୟ ମଧୁସୂଧନ ଯୁବକ ସଂଘ ଆନୁକୁଲ୍ୟରେ ସାପ୍ତାହିକ ବ୍ୟାପୀ ଗଣେଶ ପୂଜା ଉପଲକ୍ଷେ ୧୭ତମ ସାଂସ୍କୃତିକ କାର‌୍ୟ୍ୟକ୍ରମ ଆୟଜନ ହୋଇଥିଲା ଏହି ପ୍ରରିପ୍ରେଖିରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଉଦୟମାନ କଳାକାର ମାନେ ସେମାନଙ୍କର କଳା ଓ କୌଶଳ ପରିବେଷଣ କରିଥିଲେ । ଊଜ୍ଜାପନି ସମାରୋହରେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଈରା ମହାନ୍ତି , ମନ୍ମଥ ମିଶ୍ର ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହାଇଟେକ ଗୃପ ଅଧ୍ୟକ୍ଷ ଡଃ. ତିରୁପତି ପାଣିଗ୍ରାହୀ ଯୋଗଦେଇଥିଲେ ଏବଂ ତାଙ୍କ ସହ ଶ୍ରୀ ମହେଶ୍ଵର ମହାନ୍ତି, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଦିଲୀପ କଂଷ୍ଟ୍ରକସନ ଅଧ୍ୟକ୍ଷ ଦିଲୀପ ଖାତ୍ରେ, ପୁରୀ ଉପଜିଲ୍ଲା ପାଳ, ସ୍ଥାନୀୟ ସରପଞ୍ଚ ଓ ମଧୂସୁଧନ ଯୁବକ ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ବର୍ଷ ଦଶମ ଶ୍ରେଣୀରେ ସର୍ବଛ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଡଃ ତିରୁପତି ପାଣିଗ୍ରାହୀ ।