ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ଇଂ ଅନିଲ୍ ପାଣିଗ୍ରାହୀ ସମ୍ବର୍ଦ୍ଧିତ

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ଇଂ ଅନିଲ୍ ପାଣିଗ୍ରାହୀ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଶିକ୍ଷାକୁ ସୁଦୃଢମୁଖୀ କରିବା ପାଇଁ ବହୁ ଅବଦାନ ରହିଛି

ଭୁବନେଶ୍ୱର, ୨୮/୯: ଇଞ୍ଜିନିୟର୍ସ ଡେ ଉପଲକ୍ଷେ ବିପିୟୁଟିର ସୌଜନ୍ୟରେ ଉତ୍କଳ ମଣ୍ଡପରେ ଆୟୋଜିତ ଇଞ୍ଜିନିୟର୍ସ କନକ୍ଲେଭ ୨୦୨୩ରେ ଶ୍ରମ ମନ୍ତ୍ରୀ ଇଂ ଶାରଦାପ୍ରସାଦ ନାୟକ ବିଧାୟକ ପ୍ରିତୀରଞ୍ଜନ ଘଡାଇ ହାଇଟେକ୍ ଗ୍ରୁପର ଉପନିର୍ଦ୍ଦେଶକ ଇଂ ଅନିଲ୍ ପାଣିଗ୍ରାହୀଙ୍କୁ ତାଙ୍କର ବହୁମୂଖୀ ପ୍ରତିଭା ଏବଂ ଓଡିଶାରେ ଇଞ୍ଜିନିୟରିଂ ଶିକ୍ଷାର ପ୍ରଚାର ପ୍ରସାର ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ବିଶେଷ ଭାବରେ ଓଡିଶା ସରକାରଙ୍କର ଅନେକ ଗୁଡିଏ ଉପାଦେୟ ତଥ୍ୟ, ଯାହା ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ତାକୁ ପ୍ରତ୍ୟେକ ଜାଗାରେ ପହଂଚାଇବା ଏବଂ ଇଞ୍ଜିନିୟରିଂ ଶିକ୍ଷାକୁ ଆହୁରି ସୁଦୃଢମୁଖୀ କରିବା ପାଇଁ ଇଂ ଅନିଲ ପାଣିଗ୍ରାହୀଙ୍କ ଅନେକ ଅବଦାନ ରହିଛି ।