ବାଚସ୍ପତିଙ୍କ ପୋଡିୟମକୁ ଡାଲି ମାଡ

ବାଚସ୍ପତିଙ୍କ ପୋଡିୟମକୁ ଡାଲି ମାଡ ୨ ବିଧାୟକ ସସପେଣ୍ଡ ହୋଇଛନ୍ତି ।

ବିଧାନସଭାରୁ ସସପେଣ୍ଡ ୨ ବିଧାୟକ

ଭୁବନେଶ୍ୱର,୨୮/୯: ଆଜି ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସଙ୍କ ହଟ୍ଟଗୋଳ ଯୋଗୁଁ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ହେଲେ ପୁଣି ଗୃହ ଆରମ୍ଭ କରିବା ପରେ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ପ୍ରଶ୍ନକାଳରେ ବାଧା ସୃଷ୍ଟି କରିବା ସହ ପଲିଥିନରେ ଆଣିଥିବା ଡାଲି ଦେଖାଇ ପରେ ବାଚସ୍ପତିଙ୍କ ପୋଡିୟମକୁ ଫୋପାଡିଥିଲେ । ଯାହାଫଳରେ ବାଚସ୍ପତି ୨ ବିଜେପି ବିଧାୟକଙ୍କୁ ବିଧାନସଭାରୁ ସସପେଣ୍ଡ କରିଛନ୍ତି । ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ବାଚସ୍ପତି ସସପେଣ୍ଡ କରିଛନ୍ତି ।