ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଉରକେଲାରେ ଅନେକ ଟ୍ରେନ୍ ବାତିଲ, ଗତିପଥ ପରିବର୍ତ୍ତନ

ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଉରକେଲାରେ ଅନେକ ଟ୍ରେନ୍ ବାତିଲ କରା ଯାଇଛି ।

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ

ରାଉରକେଲା: ଏସ୍ଇଆରର ଚକ୍ରଧରପୁର ଡିଭିଜନ ଅଧୀନ ରାଉରକେଲାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଅନେକ ଟ୍ରେନ୍ ବାତିଲ କିମ୍ବା ଡାଇଭର୍ଟ କରାଯିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ କୁହାଯାଇଛି ।

ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବାତିଲ ହେଲା ଟ୍ରେନ୍ :

ଉଭୟ ଦିଗରୁ ଟ୍ରେନ୍ ନମ୍ବର ୧୮୧୨୫/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ।

ଉଭୟ ଦିଗରୁ ଟ୍ରେନ୍ ନମ୍ବର ୨୨୮୩୯/୨୨୮୪୦ ରାଉରକେଲା-ଭୁବନେଶ୍ବର-ରାଉରକେଲା ଏକ୍ସପ୍ରେସ୍।

ଉଭୟ ଦିଗରୁ ଟ୍ରେନ୍ ନମ୍ବର ୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଏକ୍ସପ୍ରେସ।

ଟ୍ରେନ୍ ନଂ ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ଏକ୍ସପ୍ରେସ ଉଭୟ ଦିଗରୁ।

ନିର୍ଦ୍ଦିଷ୍ଟ ଦିନରେ ଟ୍ରେନ୍ ବାତିଲ:

ଟ୍ରେନ୍ ନମ୍ବର ୨୦୮୩୬/୨୦୮୩୫ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ୧୨.୧୦.୨୦୨୩, ୧୩.୧୦.୨୦୨୩ ଏବଂ ୧୫.୧୦.୨୦୨୩ ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

ଟ୍ରେନ୍ ନମ୍ବର ୧୨୮୭୧ ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ୩୦.୦୯.୨୦୨୩, ୦୨.୧୦.୨୦୨୩, ୦୪.୧୦.୨୦୨୩, ୦୯.୧୦.୨୦୨୩, ୧୧.୧୦.୨୦୨୩ ଏବଂ ୧୪.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୧୨୮୭୨ ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ ୦୧.୧୦.୨୦୨୩, ୦୩.୧୦.୨୦୨୩, ୧୨.୧୦.୨୦୨୩ ଏବଂ ୧୫.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୨୨୮୬୧ ହାୱଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍ ୦୧.୧୦.୨୦୨୩, ୦୩.୧୦.୨୦୨୩, ୧୨.୧୦.୨୦୨୩, ୧୩.୧୦.୨୦୨୩ ଏବଂ ୧୫.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୨୨୮୬୨ କଣ୍ଟାବାଞ୍ଜି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍ ୩୦.୦୯.୨୦୨୩, ୦୨.୧୦.୨୦୨୩, ୦୪.୧୦.୨୦୨୩, ୦୯.୧୦.୨୦୨୩, ୧୧.୧୦.୨୦୨୩, ୧୩.୧୦.୨୦୨୩ ଏବଂ ୧୪.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୧୮୩୧୧ ସମ୍ବଲପୁର-ବନାରସ ଏକ୍ସପ୍ରେସ ୦୪.୧୦.୨୦୨୩, ୧୧.୧୦.୨୦୨୩ ଏବଂ ୧୫.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୧୮୩୧୨ ବନାରସ-ସମ୍ବଲପୁର ଏକ୍ସପ୍ରେସ ୦୫.୧୦.୨୦୨୩, ୧୨.୧୦.୨୦୨୩, ୧୩.୧୦.୨୦୨୩ ଏବଂ ୧୬.୧୦.୨୦୨୩ରେ ବାତିଲ ରହିବ।

ଝାରସୁଗୁଡ଼ା ଓ ସମ୍ବଲପୁର ଦେଇ ଯାଉଥିବା ଭୁବନେଶ୍ୱର-ଆନନ୍ଦବିହାର ଟର୍ମିନାଲ ଏକ୍ସପ୍ରେସ ୨୨୮୦୫.୧୦.୨୦୨୩ ରେ ବାତିଲ ରହିବ।

ଟ୍ରେନ୍ ନମ୍ବର ୨୨୮୦୬ ଆନନ୍ଦବିହାର ଟର୍ମିନାଲ-ଭୁବନେଶ୍ବର ଏକ୍ସପ୍ରେସ୍ ଝାରସୁଗୁଡ଼ା ଓ ସମ୍ବଲପୁର ଦେଇ ୧୫.୧୦.୨୦୨୩ରେ ବାତିଲ ରହିବ।

ଟ୍ରେନ୍ର ଗତିପଥ ପରିବର୍ତ୍ତନ:

ଟ୍ରେନ୍ ନମ୍ବର ୧୮୪୭୭/୧୮୪୭୮ ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨୯.୦୯.୨୦୨୩ରୁ ୧୫.୧୦.୨୦୨୩ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଇବ୍-ଝାରସୁଗୁଡ଼ା ରୋଡ୍-ସମ୍ବଲପୁର ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ।

ଟ୍ରେନ୍ ନମ୍ବର ୨୦୮୧୭ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଝାରସୁଗୁଡ଼ା ଓ ରାଉରକେଲା ଦେଇ କଟକ-ଯାଜପୁର କେନ୍ଦୁଝର ରୋଡ୍-ଭଦ୍ରକ-ହିଜଲି-ମିଦନାପୁର-ଆଦ୍ରା-ଭୋଜୁଡିହ-ଏନ୍ସିବିଗୋମୋହ ଦେଇ ୩୦.୦୯.୨୦୨୩ ଓ ୧୪.୧୦.୨୦୨୩ରେ ଚଳାଚଳ କରିବ।