ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ସ୍ୱଚ୍ଛ ଭାରତ ଏକ ମିଳିତ ଦାୟିତ୍ୱ: ମୋଦି

ନୂଆଦିଲ୍ଲୀ,୨୯/୯: ଆସନ୍ତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଅକ୍ଟୋବର ୧ ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବାକୁ ଥିବା ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ ଏକ ମିଳିତ ଦାୟିତ୍ୱ ଏବଂ ପ୍ରତ୍ୟେକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ।
ମୋଦି ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି ଯେ, ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ ପାଇଁ ଏକାଠି ହୋଇଛୁ । ସ୍ୱଚ୍ଛ ଭାରତ ଏକ ମିଳିତ ଦାୟିତ୍ୱ ଏବଂ ପ୍ରତ୍ୟେକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ । ସ୍ୱଚ୍ଛ ଭବିଷ୍ୟତ ଆରମ୍ଭ କରିବା ପାଇଁ ଏହି ମହାନ ପ୍ରୟାସରେ ଯୋଗ ଦିଅନ୍ତୁ ବୋଲି ମୋଦି କହିଛନ୍ତି ।