ଲାଂଚ ନେଇ ଧରାପଡିଲେ ଅଙ୍ଗନୱାଡି ସୁପରଭାଇଜର

ନବରଙ୍ଗପୁର ଜିଲ୍ଲାର ଜଣେ ଅଙ୍ଗନୱାଡି ସୁପରଭାଇଜର ଲାଂଚ ନେଇ ଧରା ପଡିଛନ୍ତି ।

ଲାଂଚ ଟଙ୍କା ଜବତ

ନବରଙ୍ଗପୁର,୨୯/୯: ନବରଙ୍ଗପୁର ଜିଲ୍ଲାରେ ଜଣେ ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅଙ୍ଗନୱାଡି ସୁପରଭାଇଜର । ଜିଲ୍ଲାର କୋଷାଗୁମୁଡା ଆଇସିଡିଏସ ଅଧିନ କୋଡିଙ୍ଗା ସେକ୍ଟରର ଅଙ୍ଗନୱାଡି ସୁପରଭାଇଜର ରାଜେଶ୍ୱରୀ ରାଜକୁମାରୀ ନାଗ ଅଙ୍ଗନୱାଡି କେନ୍ଦ୍ର ପାଇଁ ଦିଆଯାଇଥିବା ଖେଳନା, ଖାଦ୍ୟ ଓ ପୋଷଣ ବିଲ୍ ବାବଦରେ ଜଣେ ଅଙ୍ଗନୱାଡି କର୍ମୀଙ୍କଠାରୁ ବେଆଇନ ଭାବେ ୫୪୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଯାଇଛନ୍ତି । ରାଜେଶ୍ୱରୀଙ୍କଠାରୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । ଏହା ସହ ଆୟ ବହିର୍ଭୂତ ସମ୍ପତି ଦୃଷ୍ଟି କୋଣରୁ ନାଗେଶ୍ୱରୀଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି ।