ଟାଇମ୍ସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୪ରେ କିଟ୍ ଷଷ୍ଠ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଟାଇମ୍ସ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୪ରେ କିଟ୍ ଷଷ୍ଠ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ ହୋଇଛି ।

୧୯୦୪ଟି ବିଶ୍ୱବିଦ୍ୟାଳୟକୁ ନେଇ ସର୍ଭେ

ଭୁବନେଶ୍ୱର,୨୯/୯: ଟାଇମ୍ସ ହାୟର ଏଜୁକେସନ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୪ରେ ସ୍ଥାନ ପାଇଥିବା ୯୧ଟି ଅନୁଷ୍ଠାନ ମଧ୍ୟରୁ ଦେଶର ଷଷ୍ଠ ଶ୍ରେଷ୍ଠ ଦେଶ ଭାବେ ସ୍ଥାନ ପାଇଛି ଓଡିଶାର କିଟ ୟୁନିଭର୍ସିଟି । ଏହା ଓଡିଶାରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଟାଇମ୍ସ ହାୟର ଏଜୁକେସନ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୪ରେ ୧୦୮ଟି ଦେଶ ଓ ଅଂଚଳର ୧୯୦୪ଟି ବିଶ୍ୱବିଦ୍ୟାଳୟକୁ ସ୍ଥାନିତ କରାଯାଇଥିଲା । ଶିକ୍ଷାଭିତିକ ପରିବେଶ, ଗବେଷଣା, ଉଦାହରଣ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଏବଂ ଶିଳ୍ପ ଆୟ ଶିକ୍ଷାକୁ ନେଇ ଏହି ରାଙ୍କ ଦିଆଯାଇଛି । ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା କାର୍ଯ୍ୟକଳାପ ଉପରେ ନିରନ୍ତର ଧ୍ୟାନ ଦେବା କିଟ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରରେ ପରିଣତ କରିବାରେ ସାହାଯ୍ୟ କରିଛି ।