ଘୁଂଚିଲା ମାଟ୍ରିକ ଓ ଏସଓଏସସି ପରୀକ୍ଷା ଫର୍ମ ପୂରଣ ଶେଷ ତାରିଖ

ଓଡିଶା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି ।

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

କଟକ,୩୦/୯: ଓଡିଶା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଏହା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ (ଏସଓଏସସି) ପରୀକ୍ଷା ଫର୍ମ ପୂରଣ ଅବଧି ମଧ୍ୟ ବଢାଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆସନ୍ତା ଅକ୍ଟୋବର ୫ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । ଏହି ତାରିଖ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଏହା ପରେ ପୁଣି ଆଉ ଥରେ ଅବଧି ବଢିବନି ବୋଲି ବୋର୍ଡ କର୍ତୃପକ୍ଷ କହିଛନ୍ତି ।