୨ ହଜାର ଟଙ୍କିଆ ନୋଟର ଡିପୋଜିଟ/ଏକ୍ସଚେଞ୍ଜ ଅବଧି ବଢ଼ିଲା

୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ସମୟ ସୀମା ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଇଲା ଆରବିଆଇ।

ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦ ଟଙ୍କିଆ ନୋଟ୍ ବଦଳାଇବାର ସମୟସୀମାକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଆରବିଆଇ ମେ ୧୯ ରେ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ୍ ବଦଳାଇବାକୁ ଜନସାଧାରଣଙ୍କୁ କୁହାଯାଇଥିଲା। ଶେଷ ମୁହୂର୍ତ୍ତରେ ବିନା ଅସୁବିଧାରେ ନୋଟ୍ ଜମା କରିବା ପାଇଁ ଜନସାଧାରଣଙ୍କୁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ଏହି ସମୟସୀମା ବଢ଼ାଯାଇଥିବା ଜଣାପଡିଛି।

ଆରବିଆଇ ଏକ ବିବୃତିରେ କହିଛି ଯେ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତ ଫେରାଇ ଦିଆଯାଇଛି। ଯେହେତୁ ଉଠାଣ ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ଅବଧି ଶେଷ ହୋଇଛି ଏବଂ ସମୀକ୍ଷା ଆଧାରରେ ୨୦୦୦ ଟଙ୍କିଆ ନୋଟ୍ ଜମା/ବିନିମୟ ପାଇଁ ବର୍ତ୍ତମାନର ବ୍ୟବସ୍ଥାକୁ ଅକ୍ଟୋବର ୭, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଦାଲତ, ଆଇନ ପ୍ରବର୍ତ୍ତନ କାରୀ ସଂସ୍ଥା, ସରକାରୀ ବିଭାଗ କିମ୍ବା ତଦନ୍ତ ପ୍ରକ୍ରିୟା କିମ୍ବା ପ୍ରବର୍ତ୍ତନ କାର୍ଯ୍ୟରେ ନିୟୋଜିତ ଅନ୍ୟ କୌଣସି ସରକାରୀ କର୍ତ୍ତୃପକ୍ଷ ବିନା କୌଣସି ସୀମାରେ ଏହାର ୧୯ଟି ରିଜର୍ଭ ବ୍ୟାଙ୍କ ଇସ୍ୟୁ ଅଫିସରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ। ଏହି ନୋଟ୍ ଗୁଡ଼ିକ ଆଇନଗତ ଟେଣ୍ଡର ହୋଇ ରହିଛି ବୋଲି ଏଥିରେ କୁହାଯାଇଛି।