ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ

ଯାଜପୁରରେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଅଗ୍ନିକାଣ୍ଡ ଘଟି ୫ ଜଣ ଗୁରୁତର ହୋଇଛନ୍ତି ।

୨ ମହିଳାଙ୍କ ସହ ୫ ଗୁରୁତର

ଯାଜପୁର,୦୨/୧୦: ଯାଜପୁର ଜିଲ୍ଲା ପାଣିକୋଇଲି ଅଂଚଳର ବଡବିରୁହାଁ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକ୍ ହେବାରୁ ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଦୁଇ ମହିଳା ସରିତା ସ୍ୱାଇଁ ଓ ତାଙ୍କ ବୋହୂ ମଧୁସ୍ମିତା ସ୍ୱାଇଁଙ୍କୁ ଯାଜପୁର ରୋଡସ୍ଥିତ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, କମଳାକାନ୍ତ ସ୍ୱାଇଁ ସିଲିଣ୍ଡର ରେଗୁଲେଟର ଫିଟିଂ କରୁଥିବା ବେଳେ ପୂଜା ପାଇଁ ପ୍ରଜ୍ଜ୍ୱଳିତ ଦୀପ ସଂଯୋଗରେ ନିଆଁ ଲାଗି ଯାଇଥିଲା । ଏହି ଦୁର୍ଘଟଣାରେ କମଳାକାନ୍ତଙ୍କ ସହ ତାଙ୍କର ଦୁଇ ପଡୋଶୀ ମଧ୍ୟ ଦଗ୍ଧ ହୋଇଛନ୍ତି । ତୁରନ୍ତ ସମସ୍ତଙ୍କୁ ଯାଜପୁର ରୋଡସ୍ଥିତ ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।