ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଓଡିଶା ଆସିବେ ।

ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର,୦୨/୧୦: ଆସନ୍ତାକାଲି ଦିନିକିଆ ଗସ୍ତରେ ଓଡିଶା ଆସିବେ କେନ୍ଦ୍ର ସୂଚନା, ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ଟା ୫୦ରେ ଶ୍ରୀ ଠାକୁର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଏହା ପରେ ପୂର୍ବାହ୍ନ ୧୧ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ମେରା ଦେଶ ମେରା ମାଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଅପରାହ୍ନ ସାଢେ ୩ଟାରେ ଓଡିଆ ଦୈନିକ ଖବରକାଗଜ ‘ସମ୍ବାଦ’ର ୪୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବା ସହ ଅପରାହ୍ନ ୫ଟା ୧୫ରେ କଟକର ବିଶୁବ ମଣ୍ଡପରେ ଆୟୋଜିତ ଓଡିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ଯୋଗ ଦେବା ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ।