ଗାନ୍ଧୀ ଜୟନ୍ତୀରେ ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ

ଗାନ୍ଧୀ ଜୟନ୍ତୀରେ ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ ହୋଇଛନ୍ତି ।

ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୦୩/୧୦: ଗାନ୍ଧୀ ଜୟନ୍ତୀରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସଂସ୍କୃତି ନିର୍ଦେଶକ ସତ୍ୟବ୍ରତ ସାହୁ, ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସଂଗ୍ରହାଳୟ ଅଧୀକ୍ଷକ ବି.ମଲ୍ଲଙ୍କ ଉପସ୍ଥିତିରେ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସଂଗ୍ରହାଳୟ ପରିସରରେ ବିଶିଷ୍ଟ ଐତିହାସିକ ତଥା ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଫେସର ନିହାର ରଂଜନ ପଟ୍ଟନାୟକ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଏକ ନୂତନ ଗ୍ୟାଲେରି ଉଦ୍ ଘାଟନ ଅବସରରେ ଇଣ୍ଟାକ୍ ନିର୍ଦ୍ଦେଶକ ଏମ୍ ମିତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ବିଷୟବସ୍ତୁ ଓ ସ୍କ୍ରିପ୍ଟ ଲେଖିବା ସହ କିଛି ବିରଳ ସଂଗୃହୀତ ଫଟୋ ପ୍ରଦାନ କରିଥିଲେ। ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଇନଟାକ୍, ଓଡ଼ିଶା ଶାଖା, ଭୁବନେଶ୍ୱର ଦ୍ୱାରା ନିର୍ମାଣ କରାଯାଇଛି।