ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ: ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଶ୍ରଦ୍ଧା ନାମକ ଜଣେ ମହିଳାଙ୍କୁ ନେଇ ବିରୋଧୀଙ୍କ ପ୍ରଶ୍ନରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମୋ ଫିଜିକାଲ୍ ଫିଟନେସ୍ ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୩/୧୦: ଶ୍ରଦ୍ଧା ନାମକ ଜଣେ ମହିଳାଙ୍କୁ ନେଇ ବିରୋଧୀଙ୍କ ପ୍ରଶ୍ନ ଉପରେ ବିବୃତି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ଶ୍ରଦ୍ଧା ହେଉଛନ୍ତି ଜଣେ ଫିଜିଓଥେରାପିଷ୍ଟ ଯାହାଙ୍କୁ ମୋ ଭଉଣୀ ଗୀତା ମେହେଟ୍ଟା ମୋର ଶାରୀରିକ ସୁସ୍ଥତାର ଯତ୍ନ ନେବା ପାଇଁ ପଠାଇଛନ୍ତି। ତାଙ୍କୁ କୌଣସି ସରକାରୀ ବାସଗୃହ କିମ୍ବା ତାଙ୍କ ଯାତ୍ରା ଖର୍ଚ୍ଚ ମଧ୍ୟ ସରକାର ବହନ କରିନାହାନ୍ତି ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଗୃହକୁ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ବ୍ୟବହାର କରିବାକୁ ସେ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।
ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ଜୟନାରାୟଣ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ହେଉଛି ବିବୃତି ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି । ଗୀତା ମେହେଟ୍ଟାଙ୍କୁ ଏକଥା ପଚାରିବାକୁ ଆମେ କଣ ସ୍ୱର୍ଗକୁ ଯିବୁ ବୋଲି ଜୟନାରାୟଣ କହିଛନ୍ତି ।