କାଲିଠୁ ଖୋଲିବ ୟୁନିଟ୍ ୧ ମାର୍କେଟ୍

ବିବାଦ ତୁଟିଲା; କାଲିଠୁ ଖୋଲିବ ୟୁନିଟ୍-୧ ମାର୍କେଟ୍

ବିଏମସି ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି: ସଂଘ ସଭାପତି

ଭୁବନେଶ୍ୱର,୦୩/୧୦: ଗତ କିଛି ଦିନ ଧରି ୟୁନିଟ ୧ ମାର୍କେଟ ବନ୍ଦ ରହିବା ପରେ ଆସନ୍ତା କାଲିଠାରୁ ୟୁନିଟ ୧ ମାର୍କେଟ ଖୋଲିବ । କିଛି ଦାବି ରଖି ୟୁନିଟ-୧ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବେ ସମସ୍ତ ବିବାଦ ତୁଟି ଏବେ ମାର୍କେଟ ଖୋଲିବାର ନିଷ୍ପତି ନେଇଛି ବୋଲି ୟୁନିଟ-୧ ମାର୍କେଟ ସଂଘ ସଭାପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଏମସି ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି । ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ବିଏମସି ରଙ୍କକ୍ସକ୍ଟ ହୋଇଛି ।