ଏନ୍ଏସଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଓଡିଆ ଅଭିନେତା ଚିତ୍ତରଞ୍ଜନ

ଓଡିଆ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସିଡିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ।

ପ୍ରଥମ ଓଡିଆ ଭାବେ ପାଇଲେ ନିଯୁକ୍ତି

ଭୁବନେଶ୍ବର: ପ୍ରଖ୍ୟାତ ଓଡ଼ିଆ ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଥିବା ଚିତ୍ତରଞ୍ଜନ ହେଉଛନ୍ତି ଓଡ଼ିଶାର ପ୍ରଥମ ବ୍ୟକ୍ତି। ସେ ଏକାଧାରରେ ଜଣେ ଚିତ୍ରନାଟ୍ୟ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଏବଂ ଗାୟକ ମଧ୍ୟ ଅଟନ୍ତି।

ଚିତ୍ତରଞ୍ଜନ ୧୯୯୬ ମସିହାରେ ଏନଏସଡିରୁ ଅଭିନୟରେ ଡିପ୍ଲୋମା କରିଥିଲେ। ସେ ପ୍ରଥମ ଓଡ଼ିଆ ଯିଏ ହାଇଦ୍ରାବାଦରେ ନାଟକୀୟ ସଚିବ ହୋଇଥିଲେ। ସେଠାରେ ସେ ଓଡ଼ିଆ ନାଟକରେ ମଧ୍ୟ ଅଭିନୟ କରୁଥିଲେ। ସେ ଲଣ୍ଡନରୁ ଡ୍ରାମାରେ ସ୍ନାତକୋତ୍ତର ଶେଷ କରିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘ଧଉଳି ଏକ୍ସପ୍ରେସ’ ୨୦୦୭ ମସିହାରେ ୩ଟି ଓଡିଆ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଓଡ଼ିଆ ସିନେମା ବ୍ୟତୀତ ଚିତ୍ତରଞ୍ଜନ ଅନେକ ହିନ୍ଦୀ ଧାରାବାହିକ ଓ ୱେବ୍ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି।