୨୦୨୪ରେ ଲୋକସଭା ନିର୍ବାଚନ ଲଢିବେ ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର ୨୦୨୪ରେ ଲୋକସଭାରୁ ଲଢ଼ିବା ନେଇ ଇଚ୍ଛା କରିଥିବା ସୂଚନା ମିଳିଛି।

ଓଡ଼ିଶାରୁ ଲଢ଼ିବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ଲୋକସଭା ନିର୍ବାଚନ ଲଢିବେ। ଓଡ଼ିଶାରୁ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିବା ସହ ଆନୁଷ୍ଠାନିକ ଭାବେ ଦଳକୁ ତାଙ୍କ ଅନୁରୋଧ ଜଣାଇଛନ୍ତି।

ଶ୍ରୀ ପ୍ରଧାନ ଜାତୀୟ ଗଣମାଧ୍ୟମରେ କହିଛନ୍ତି, “ମୁଁ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛି। ମୁଁ ଦଳକୁ ମୋର ଇଚ୍ଛା ଜଣାଇସାରିଛି ଏବଂ ସୁଯୋଗ ପାଇଁ ନିବେଦନ କରିଛି। ଓଡିଶାରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେପରି ତୃତୀୟ ଥର ପାଇଁ ଦେଶର ସେବା ଜାରି ରଖିବେ ସେଥିପାଇଁ ବିଜେପି ଉତ୍ସର୍ଗୀକୃତ। ବିଜେପି ଏବଂ ଇଣ୍ଡିଆ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) କୌଣସି ନିର୍ବାଚନକୁ ହାଲୁକା ଭାବେ ନେଉ ନଥିବାରୁ ମୁଁ ଏହାକୁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖୁଛି। ତୃଣମୂଳ ସ୍ତରର କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ନିର୍ବାଚନକୁ ଅତି ଗମ୍ଭୀରତାର ସହ ଆଗେଇ ନେଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆଗରୁ ଆଗୁଆ ରହିଛନ୍ତି।”