ଭୁବନେଶ୍ୱରରେ ସହିଦଙ୍କ ମରଶରୀର

ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଲା ସହିଦଙ୍କ ମରଶରୀର।

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ବର: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ମରଶରୀର। ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ସହ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବ୍ୟତୀତ ଅନ୍ୟାନ୍ୟ ବିଏସ୍ଏଫ୍ ଯବାନମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସରୋଜଙ୍କ ହେବ ଶେଷକୃତ୍ୟ ସମ୍ପନ୍ନ ହେବ।