ସିକ୍କିମରେ ଫସିଛନ୍ତି ଓଡିଆ

ସିକ୍କିମ ବନ୍ୟାରେ ଓଡିଆ ପର୍ଯ୍ୟଟକ ଫସି ରହିଛନ୍ତି।

ସେନା କ୍ୟାମ୍ପରେ ସୁରକ୍ଷିତ ସୂଚନା

ଢେଙ୍କାନାଳ: ସିକ୍କିମରେ ବନ୍ୟା ଆସିବା ପରେ ଅନେକ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସେମାନଙ୍କ ଭିତରୁ କିଛି ଓଡିଆ ମଧ୍ୟ ଫସି ରହିଥିବା ସୂଚନା ମିଳିଛି। ଢେଙ୍କାନାଳ ଜିଲ୍ଲାର ୩ ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇ ଯାଇଥିବାର ଖବର ସାମନାକୁ ଆସିଛି।

ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୭ ଜଣ ସାଙ୍ଗ ଇଞ୍ଜିନିୟରିଂ ଛାତ୍ର ସିକ୍କିମ ଗସ୍ତରେ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଏବେ ବି ବନ୍ୟା ପ୍ରପୀଡ଼ିତ ରାଜ୍ୟରେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରମାନେ ହେଲେ ଅଙ୍କନ୍ତୀପୁର ଗ୍ରାମର ନିର୍ମଳ ଜେନା ଓ ପ୍ରମୋଦିନୀ ଜେନା ଓ ସିମିନାଇ ଗ୍ରାମର ଚନ୍ଦ୍ରଶେଖର ସିଂହ। ନିଖୋଜ ଛାତ୍ରଙ୍କ ପରିବାର ଲୋକେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସେମାନଙ୍କୁ ଖୋଜିବା ପାଇଁ ସହାୟତା ଲୋଡ଼ିଛନ୍ତି। ତେବେ ସେନା କ୍ୟାମ୍ପରେ ସେମାନେ ସୁରକ୍ଷିତ ଥିବା ଖବର ମିଳିଛି।