ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି।

ତାଳଚେରର ପ୍ରଥମ ଆଇପିଏସ ଥିଲେ

ଭୁବନେଶ୍ବର: ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ଭାଇ ତଥା ପୂର୍ବତନ ଡିଜିପି ବିପିନ ବିହାରି ମିଶ୍ର। ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ ୮୮ ବର୍ଷରେ ପରଲୋକ ଘଟିଛି। ହଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭ଟା ୨୨ରେ ତାଙ୍କର ପରଲୋକ ଘଟିଛି।
ଉଲ୍ଲେଖଯୋଗ୍ୟ, ପ୍ରଥମେ ଅଧ୍ୟାପନାରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଶରତ। ୧୯୫୯ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ ଅଫିସର ଥିଲେ। ସେ ଦୀର୍ଘ ଦିନ ଧରି ଭାରତ ଗୁଇନ୍ଦା ବିଭାଗ ‘ର’ ପାଇଁ ମଧ୍ୟ କାମ କରିଥିଲେ। ଅବସର ପରେ ସାହିତ୍ୟ ଓ ଲେଖାଲେଖି କରିବାକୁ ପସନ୍ଦ କରୁଥିଲେ। ସାହିତ୍ୟ ପାଇଁ ତାଙ୍କୁ ଓଡି଼ଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଶ୍ରୀ ଶରତ ତାଳଚେରର ପ୍ରଥମ ଆଇପିଏସ ହୋଇଥିବା ବେଳେ ପ୍ରଥମ ଡିଜିପି ମଧ୍ୟ ଅଟନ୍ତି। ତାଙ୍କର ପୋଲିସ ସଂସ୍କାର ଆଇନ, ସାହିତ୍ୟ କ୍ଷେତ୍ର ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି। ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି, “ଶରତ ଚେୟାରମ୍ୟାନ ଥିବା ଏକାଧିକ ସ୍କୁଲରେ ପ୍ରଥମେ ତାଙ୍କ ମରଶରୀରକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ନିଆଯିବ ଏବଂ ପରେ ପୁରୀ ନିଆଯିବ। ଓଡିଶା ଏକ ସୁଯୋଗ୍ୟ ସନ୍ତାନକୁ ହରାଇଛି।”