ଶାଳୀନତା ନଥିଲେ ଶ୍ରୀମନ୍ଦିର ପ୍ରବେଶ ମନା: ଆଜିଠୁ ସଚେତନତା ଆରମ୍ଭ

ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବା ବାଧ୍ୟତାମୂଳକ।

ନୂଆବର୍ଷରୁ ନୂଆ ଡ୍ରେସ କୋଡ

ପୁରୀ: ଆସନ୍ତା ନୂଆବର୍ଷରୁ ଆରମ୍ଭ ହେବାକୁ ଯାଉଛି ନୂଆ ନିୟମ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ହେଲେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବେ ଭକ୍ତ। ଏହି ନୂଆ ନିୟମ ନୂଆବର୍ଷରୁ ଲାଗୁ ହେବ। ଶାଳୀନତା ନଥିଲେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ। ଆଜିଠାରୁ ମନ୍ଦିରକୁ ଯାଉଥିବା ଭକ୍ତମାନଙ୍କୁ ସଚେତନ କରାଯିବ। ସିଂହଦ୍ଵାରରେ ଥିବା ଜଗନ୍ନାଥ ମନ୍ଦିର ପୋଲିସ ଓ ପ୍ରତିହାରୀ ସେବକ ତଦାରଖ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, “ମନ୍ଦିର ଏକ ଧାର୍ମିକ ଅନୁଷ୍ଠାନ। ତେଣୁ ଏଠାକୁ ସମ୍ପୂର୍ଣ୍ଣ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଆସିବା ଉଚିତ। ୧୨ ବର୍ଷରୁ କମ ବୟସର ପିଲାମାନେ ହାଫ ପ୍ୟାଣ୍ଟ ସହ ଅନ୍ୟାନ୍ୟ ପୋଷାକ ପିନ୍ଧି ଆସିଲେ ଚଳିବ କିନ୍ତୁ ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଏଭଳି ପୋଷାକ ପିନ୍ଧି ଆସିବାକୁ ବାରଣ କରାଯାଇଛି।