ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

ଏକାମ୍ର ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଯୋଗଦେଲେ ଭୁବନେଶ୍ୱର ସାଂସଦ ଓ ବିଜେପି ଜିଲ୍ଲା ସଭାପତି

ଭୁବନେଶ୍ୱର/ଓଲ୍ଡଟାଉନ, ତା.୧୦/୧୦: ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ଼ ନଂ-୫୯ ର ନୂଆଗାଁ ଗ୍ରାମର ପ୍ରତ୍ୟେକ ଘରୁ କଳସରେ ମାଟି ସଂଗ୍ରହ କରିଥିଲେ । ନୂଆଗାଁ ଗ୍ରାମ ଛକ ଠାରେ ସାଂସଦ ଓ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତାସହ ୱାର୍ଡ଼ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଓ ଏକ ଥଣ୍ଡାପାନୀୟ ଜଳ ପକଳ୍ପର ଶୁଭ ଉଦ୍ଘାଟନ କରିଥିଲେ।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏକାମ୍ର ନିର୍ବାଚନ ମଣ୍ଡଳୀରେ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ଲୋକ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଉଛନ୍ତି ଏବଂ ସେଥିରେ ସେମାନଙ୍କ ଉତ୍ସାହ ପରିଲକ୍ଷିତ ହେଉଛି। ଲୋକଙ୍କୁ ଦେଖି ସ୍ପଷ୍ଟ ଜଣାପଡୁଛି ଯେ, ମୋଦିଜୀଙ୍କ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଭୁବନେଶ୍ୱରରେ ସଫଳ ହୋଇଛି । ଏଥି ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଜିଲ୍ଲା ସଭାପତି ବାବୁ ସିଂ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାବୁ ସିଂ କହିଛନ୍ତି ଯେ ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ସିଂ କହିଛନ୍ତି।ଏହି ଅବସରରେ ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ କୁମାର ପୁରୋହିତ, ୱାର୍ଡ଼ ନଂ ୫୯ ର କର୍ପୋରେଟ ପ୍ରାର୍ଥି କୃଷ୍ଣ ଚନ୍ଦ୍ର ବଟୁ,ବିଜେପି ନେତା ସୁନିଲ ପ୍ରଧାନ,ମନୋଜ ପଶ୍ଚିମକବାଟ,ରମେଶ ନାୟକ,ପ୍ରସହ୍ନ ବରାଳ, ଅଶ୍ୱନି ସାହୁ,ଅଜୟ ସାମନ୍ତରାୟ, ସନ୍ତୋଷ ସ୍ବାଇଁ,ପ୍ରଦ୍ୟୁମ୍ନ ଦାସ, ଚିରଞ୍ଜିବ ଗୋଚ୍ଛାୟତ,ତୃପ୍ତିମଇ ମକଦ୍ଦମ,ପଞ୍ଚାନନ୍ନ ସ୍ବାଇଁ,ରାଜେନ୍ଦ୍ର ଖଟୁଆ,ବିଜୟ ସ୍ବାଇଁ, ପୂର୍ଣ୍ଣ ପରିଡ଼ା,ଶରତ ନାୟକ,ଅକ୍ଷୟ ସାହୁ, ଜ୍ଵତ୍ରୀମଇ ଅଗରୱାଲ,ଗିତାରାଣି ବେହେରା,ତପନ ବାରିକ,ସ୍ବାଗତ ମହାପାତ୍ର,କାଳନ୍ଦି ସ୍ବାଇଁ, ସମ୍ବିତ ବାରିକ, ସଞ୍ଜୟ ପରିଡ଼ା,ବୁଦ୍ଧ ବିଶ୍ଵାଳ,ଗଣେଶ ସ୍ବାଇଁ,ଟୁନୁ ସ୍ବାଇଁ, ବସ୍ତନ୍ତ ବରାଳ, ରମେଶ ନାୟକ,ଚନ୍ଦୁ ମହାପାତ୍ର,ନିବେଦିତା ରଥ,ନନ୍ଦିନୀ ବେହେରା ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।