ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ମାର୍କେଟିଂ ଇନ୍ସପେକ୍ଟର ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାର୍କେଟିଂ ଇନ୍ସପେକ୍ଟର ଗିରଫ ହୋଇଛନ୍ତି।

୨ ବର୍ଷ ସଶ୍ରମ କାରାଦଣ୍ଡ

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରାୟଗଡ଼ା ଜିଲ୍ଲା କାଶୀପୁରର ଜଣେ ଅବସରପ୍ରାପ୍ତ ମାର୍କେଟିଂ ଇନ୍ସପେକ୍ଟର ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସେହିପରି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଓ ପତ୍ନୀ ରେଣୁବାଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ପୈଠ ନକଲେ ସେମାନଙ୍କୁ ୩ ମାସ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଏହି ଦମ୍ପତିଙ୍କ ବିରୋଧରେ ଦଫା ୧୩(୨) ୧୩(୧)(ଇ) ପିସି ଆକ୍ଟ,୧୯୮୮/୧୦୯ ଆଇପିସି ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା।

ପାଣିଗ୍ରାହୀଙ୍କ ପେନସନ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବ।