ହାଇଟେକ ଡେଣ୍ଟାଲ କଲେଜରେ ଏମ.ଡି.ଏସ୍ ଓ ବି.ଡି.ଏସ୍ ଛାତ୍ରମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା

ହାଇଟେକ ଡେଣ୍ଟାଲ କଲେଜରେ ଏମ.ଡି.ଏସ୍ ଓ ବି.ଡି.ଏସ୍ ଛାତ୍ରମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଦ ମ୍ୟାନ ହୁ ସ୍ୱାମ୍ ଦ ଡେଜର୍ଟ, ଜିରୋ ଟୁ ହିରୋ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର,୧୩.୧୦.୨୦୨୩: ହାଇଟେକ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଏମ.ଡି.ଏସ୍ ଓ ବି.ଡି.ଏସ୍ ଛାତ୍ରମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନାର ଉତ୍ସବ ୨୦୨୩ ମହାସମାରୋହରେ ପାଳିତ ହୋଇଛି । ଏଥିରେ ଭୁବନେଶ୍ୱର ଓ କଟକର ପୋଲିସ୍ କମିଶନର ସୌମେନ୍ଦ୍ର
କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀମାନେ ପାଠ ସହିତ ଅନୁଶାସନକୁ ମାନିଲେ ଛାତ୍ର ଜୀବନ ଆହୁରି ଦୃଢିଭୁତ ହେବା ସହିତ ସମାଜର ଗୋଟିଏ ଅଙ୍ଗ ହୋଇ ନିଜ ଜୀବନ ପରିବର୍ଦ୍ଧିତ କରିପାରିବେ । ବିଶେଷ କରି ଆମେ ଯେଉଁ ଶିକ୍ଷା ଗ୍ରହଣ କରୁଛେ, ତେଣୁ ଆମେ ଏ ସମାଜ ପାଇଁ କିଛି ଅବଦାନ ଛାଡି ଦେଇଯିବା ବୋଲି ଉପସ୍ଥିତ ଥିବା ବିଦ୍ୟାର୍ଥୀଙ୍କୁ କହିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଜୀବନୀ ଉପରେ ଆଧାରିତ “ ଦ ମ୍ୟାନ ହୁ ସ୍ୱାମ୍ ଦ ଡେଜର୍ଟ, ଜିରୋ ଟୁ ହିରୋ” ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ହାଇଟେକ୍ ଗ୍ରୁପର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଇଂ ରୁପେଶ ପାଣିଗ୍ରାହୀ, ଉପନିର୍ଦ୍ଦେଶକ ଅନିଲ ପାଣିଗ୍ରାହୀ, ମେଡିକାଲ ସୁପରିଟେଣ୍ଡଣ୍ଟ ଡ.ବାସୁଦେବ ବେହେରା, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡ. ରାଧାମାଧବ ତ୍ରିପାଠୀ, ହାଇଟେକ ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡ. ସଂଗ୍ରାମ ପାତ୍ର, ଉପାଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ନାୟକ, ପେଡୋଡଚାିକ୍ସ ପ୍ରଫେସର ଡ. ସୁଜାତା ରଥ, ଓରାଲ ଏବଂ ମ୍ୟାକ୍ସିଲୋଫ୍ୟାସିଆଲ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସନ୍ଦିପ ସାମଲ, ଓରାଲ ମେଡିସିନ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଦେବଜ୍ୟୋତି ବର୍ଦ୍ଧନ, ଓରଥୋଡଣ୍ଟିକ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଆନନ୍ଦ ଗରବଦୁ, ପିରିୟଡଣ୍ଟିକ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସମରଜିତ୍ ପଟ୍ଟନାୟକ, କନଜରଭେଟିଭ୍ ଡେଣ୍ଟିଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସର୍ମ୍ବତା ଦାସ, ଓରାଲ ପାଥୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅପର୍ଣ୍ଣା ଗୁପ୍ତା, ଡ. ଅଭିତୋଷ ଦେବତା ପବ୍ଲିକ୍ ହେଲ୍‌ଥ ଡେଣ୍ଟିଷ୍ଟ୍ରି ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଶୁଭମ ସୌମ୍ୟ ଡାନି ଯୋଗଦାନ କରିଥିଲେ ।ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ଛାତ୍ରଛାତ୍ରୀମାନେ କିଭଳି ଭାବେ ପାଠପଢିବା ସହ ଧୈର୍ଯ୍ୟ ସହ ସବୁ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବେ ଏବଂ ଜୀବନରେ ଯେତେ ଆଗକୁ ଗଲେ ମଧ୍ୟ ପିତାମାତାଙ୍କୁ ସମ୍ମାନ କରିବା ଏବଂ ତାଙ୍କ କଥାମାନି ଚାଲିବାକୁ ଯେଭଳି କେବେ ନଭୁଲିବେ ସେ ବିଷୟରେ କହିଥିଲେ ।