ପବ୍ଲିକ ହେଲଥ ଅଫିସରଙ୍କୁ ଗିରଫ କଲା ସିବିଆଇ

ପାରାଦ୍ବୀପ ପବ୍ଲିକ ହେଲଥ ଅଫିସର ଗିରଫ ହୋଇଛନ୍ତି।

କୋଟିଏ ଟଙ୍କା ଜବତ

ପାରାଦ୍ୱୀପ: ପାରାଦ୍ବୀପ ପବ୍ଲିକ ହେଲଥ୍ ଅଫିସରେ ସିବିଆଇ ଚଢ଼ାଉ କରି ଗତ କାଲି ଠାରୁ ଯାଞ୍ଚ କରି ସ୍ୱାସ୍ଥ୍ୟ ସଂଗଠନ ଅଫିସର ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ। ୫୦ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ ହେଲଥ୍ ଅଫିସର। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଲାଞ୍ଚ ନେଉଥିଲେ।

ପାରାଦ୍ବୀପରେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍‌ ପରେ ଗିରଫ କରିଛି ସିବିଆଇ। ଗିରଫ ଡାକ୍ତରଙ୍କୁ ଧରି ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି। ପାରାଦ୍ବୀପରେ ରେଡ୍‌ ବେଳେ ପ୍ରାୟ କୋଟିଏ ଟଙ୍କା ଜବତ କରାଯାଇଛି। ବିପୁଳ ଡଲାର ସହ ମଦ ଓ ଦାମୀ ସିଗାରେଟ୍ ମଧ୍ୟ ଜବତ ହୋଇଛି। ବାଲେଶ୍ୱର ପୈତୃକ ଘର ଓ କଟକରେ ବି ସିବିଆଇର ରେଡ୍‌ ହୋଇଛି।