ଭୁବନେଶ୍ବର-ଗୌହାଟୀ ସିଧାସଳଖ ବିମାନ ଯାତ୍ରା

ଖୁବ ଶୀଘ୍ର ଭୁବନେଶ୍ବର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାକୁ ଯାଉଛି।

ଅକ୍ଟୋବର ୨୯ରୁ ଆରମ୍ଭ

ଭୁବନେଶ୍ବର,୧୭/୧୦: ଆସନ୍ତା ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱର-ଗୌହାଟୀ ମଧ୍ୟରେ ଦୈନିକ ସିଧାସଳଖ ବିମାନ ଚଳାଚଳ କରିବ ଇଣ୍ଡିଗୋ ।

ସୂଚନାନୁସାରେ, ଭୁବନେଶ୍ୱର-ଗୌହାଟୀ 6E 6913 ବିମାନ ଟି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅପରାହ୍ନ ୧ଟା ୨୫ରେ ଉଡ଼ାଣ ଭରି ଅପରାହ୍ନ ୨ଟା ୫୫ରେ ଗୌହାଟୀରେ ଅବତରଣ କରିବ। ସେହିପରି ଗୌହାଟୀ-ଭୁବନେଶ୍ୱର 6E 6914 ବିମାନ ଗୌହାଟୀ ବିମାନବନ୍ଦରରୁ ଅପରାହ୍ନ ୩ଟା ୩୫ରେ ଉଡ଼ାଣ ଭରି ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ପ୍ରତି ଉଡ଼ାଣ ପାଇଁ ୬,୩୫୮ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।