ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଇଙ୍କ ଉପରେ ଚଢ଼ାଉ

ଡିଏ ମାମଲାରେ ଜେଇଙ୍କ ସହ ସମ୍ପୃକ୍ତ ସମ୍ପତ୍ତି ଉପରେ ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ।

୯ଟି ସ୍ଥାନରେ ଚଢ଼ାଉ

ଅନୁଗୁଳ,୧୮.୧୦.୨୦୨୩: ଅନୁଗୁଳ ପାଲଲହଡ଼ାସ୍ଥିତ ବିଇଓଙ୍କ କାର୍ଯ୍ୟାଳୟରେ ସମଗ୍ର କ୍ରୀଡ଼ା ଅଭିଯାନର ଜେଇ (ବୈଷୟିକ ପରାମର୍ଶଦାତା) ପ୍ରସନ୍ନ କୁମାର ପାଣି ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ କରିଥିବା ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଆଜି ଏକକାଳୀନ ଚଢ଼ଉ ଆରମ୍ଭ କରିଛି।

ଖୋର୍ଦ୍ଧା (ଭୁବନେଶ୍ୱର), ଅନୁଗୁଳ ଓ ପୁରୀ ଜିଲ୍ଲାର ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଉଛି।