ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଲେ ଅନୁଗୁଳ ଜେଇ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନୁଗୁଳ ଜେଇଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଗିରଫ କଲା ଭିଜିଲାନ୍ସ

ଅନୁଗୁଳ,୧୯.୧୦.୨୦୨୩: ଅନୁଗୁଳ ପାଲଲହଡ଼ା ସ୍ଥିତ ବିଇଓଙ୍କ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଅଭିଯାନର ଜେଇ (ବୈଷୟିକ ପରାମର୍ଶଦାତା) ପ୍ରସନ୍ନ କୁମାର ପାଣିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗୁରୁବାର ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରସନ୍ନ କୁମାର ପାଣି ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଜଡ଼ିତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଭିଜିଲାନ୍ସ ଅଧିକାରୀମାନେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛନ୍ତି।

ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ ସମେତ ୫ଟି କୋଠା, ୨୬ଟି ପ୍ଲଟ୍, ୬୪ ଲକ୍ଷ ୧୮ ହଜାରରୁ ଅଧିକ ଟଙ୍କା ଜମା, ନଗଦ ୩ ଲକ୍ଷ ୩୩ ହଜାର ଟଙ୍କା ଚଢାଉ ସମୟରେ ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।