ଆସନ୍ତା ମାସରୁ ଓଡ଼ିଶାରେ ନାର୍କୋ ଆନାଲିସିସ୍ ପରୀକ୍ଷା

ଆସନ୍ତା ମାସରୁ ଓଡ଼ିଶାରେ ନାର୍କୋ ଟେଷ୍ଟ ଆରମ୍ଭ କରାଯିବ।

ରାଜ୍ୟର ପ୍ରଥମ ନାର୍କୋ ସେଣ୍ଟର

ଭୁବନେଶ୍ବର,୧୯.୧୦.୨୦୨୩: ଓଡିଶାରେ ଖୁବଶୀଘ୍ର ହେବାକୁ ଯାଉଛି ପ୍ରଥମ ନାର୍କୋ ଆନାଲିସିସ ଟେଷ୍ଟ ସେଣ୍ଟର। ଓଡିଶା ଓ ଅନ୍ୟ ରାଜ୍ୟ ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସମସ୍ତ ନାର୍କୋ ପରୀକ୍ଷା କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରିରେ ଆବଶ୍ୟକ ସମସ୍ତ ଉପକରଣ ପହଞ୍ଚି ସାରିଛି। ପରେ ସେଗୁଡ଼ିକୁ କ୍ୟାପିଟାଲ ହସ୍ପିଟାଲର ଅପରେସନ ଥିଏଟର (ଓଟି)କୁ ସ୍ଥାନାନ୍ତର କରାଯାଇ ସେଠାରେ ସମସ୍ତ ନାର୍କୋ ଟେଷ୍ଟ କରାଯିବ। ଏଥିପାଇଁ ହସ୍ପିଟାଲର ମାନସିକ ରୋଗ ବିଶେଷଜ୍ଞ ଓ ଆନେସ୍ଥେଲୋଜିଷ୍ଟମାନେ ପ୍ରଶିକ୍ଷଣ ନେଉଛନ୍ତି। ଆସନ୍ତା ମାସରୁ ପରୀକ୍ଷା ଆରମ୍ଭ ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।