ପାରା ଆଥଲେଟମାନଙ୍କୁ ୧୦ ଲକ୍ଷ ଲେଖାଏଁ ଘୋଷଣା

ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସରେ ଭାଗ ନେଉଥିବା ଓଡ଼ିଶାର ପାରା ଆଥଲେଟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି।

ଏସୀୟ ପାରା ଗେମ୍ସରେ ଟାଇଟଲ ରକ୍ଷା କରିବେ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୨ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆନ୍ ପାରା ଗେମ୍ସରେ ଭାଗ ନେଉଥିବା ଓଡ଼ିଶାର ୭ ଜଣ ପାରା ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଲକ୍ଷ ଟଙ୍କା ଲେଖାଏଁ ନଗଦ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ଏସିଆନ୍ ପାରା ଗେମ୍ସରେ ମହାଦେଶର ଏଲିଟ୍ ପାରା ଆଥଲେଟମାନେ ଏକାଠି ହେବେ ଏବଂ ସେମାନଙ୍କୁ ସେମାନଙ୍କ ସମର୍ପଣ ଓ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯିବ।

ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଖେଳାଳିଙ୍କ ମଧ୍ୟରେ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ରହିଛନ୍ତି। ପାରା ବ୍ୟାଡମିଣ୍ଟନ ମିକ୍ସଡ ସିଙ୍ଗଲ୍ସ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ରକ୍ଷା କରିବେ। ଜାକର୍ତ୍ତାରେ ଅନୁଷ୍ଠିତ ଗତ ସଂସ୍କରଣରେ ମଧ୍ୟ ଭଗତ ପୁରୁଷ ଡବଲ୍ସରେ କାଂସ୍ୟ ପଦକ ଜିତିଥିଲେ।

ଓଡ଼ିଶାର ଅନ୍ୟ ପାରା ଆଥଲେଟମାନେ ହେଲେ ଜୟନ୍ତୀ ବେହେରା (ପାରା ଆଥଲେଟିକ୍ସ), ସୌନ୍ଦର୍ଯ୍ୟ କୁମାର ପ୍ରଧାନ (ଦୃଷ୍ଟିହୀନ ଚେସ୍), ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଓ ପୁଜସ୍ୱିନୀ ନାୟକ (ହ୍ଵିଲଚେୟାର ଫେନ୍ସିଂ)।

କ୍ରୀଡ଼ାବିତଙ୍କ ସଫଳତା କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଚୀନର ହାଙ୍ଗଜୋଠାରେ ଚାଲିଥିବା ସମ୍ମାନଜନକ ଏସୀୟ ପାରା ଗେମ୍ସ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ଆମର ପାରା ଆଥଲେଟମାନଙ୍କ ପାଇଁ ଆମେ ଗର୍ବିତ। ପାରା-ଆଥଲେଟମାନେ ମାନବିକ ଭାବନା ଏବଂ ସଂକଳ୍ପର ସାକ୍ଷୀ ଅଟନ୍ତି । ମୁଁ ସେମାନଙ୍କୁ ଏବଂ ସମଗ୍ର ଭାରତୀୟ ଦଳକୁ ଦେଶ ପାଇଁ ଗୌରବ ଆଣିବା ପାଇଁ ଶୁଭେଚ୍ଛା ଜଣାଉଛି।