୨୩ ସୁଦ୍ଧା ରାଜ୍ୟରେ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ୨୩ ସୁଦ୍ଧା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟା ଆକଳନ କଲା ସ୍କାଏମେଟ

ଭୁବନେଶ୍ବର, ୨୧.୧୦.୨୦୨୩: ସୁଦୃଶଃ ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଦକ୍ଷିଣ ପୂର୍ବ ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ସୁଦୃଶ୍ୟ ଲଘୁଚାପ କେନ୍ଦ୍ର ରହିଛି। ଏହା ୨୨ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଅବପାତ ହେବାର ସମ୍ଭାବନା ରହିଛି। ଯାହା ଫଳରେ ପରବର୍ତ୍ତୀ ୩ ଦିନ ଯାଏଁ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ଏହା ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ଉପକୂଳ ଓଡ଼ିଶା ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୨୪-୨୫ରେ ବାତ୍ୟା ଆକଳନ କରିଛି ସ୍କାଏମେଟ। କିନ୍ତୁ ଆଇଏମଡି ପକ୍ଷରୁ ବଙ୍ଗୋପସାଗରରେ ବାତ୍ୟା ସଂକ୍ରାନ୍ତରେ କୌଣସି ଆକଳନ କରାଯାଇ ନାହିଁ।