ପୂଜା ମଣ୍ଡପରେ ସକ୍ରିୟ ମହିଳା ଲୁଟେରା ଗ୍ୟାଙ୍ଗ

ପୂଜା ମଣ୍ଡପରେ କିଛି ମହିଳା ଭକ୍ତଙ୍କ ଠାରୁ ମହିଳା ଲୁଟେରା ଗ୍ୟାଙ୍ଗ ସୁନା ଚେନ ଛଡାଇ ନେଇଛନ୍ତି।

ଭକ୍ତଙ୍କଠାରୁ ଲୁଟିନେଲେ ସୁନା ଚେନ୍

ଭୁବନେଶ୍ୱର, ୨୨.୧୦.୨୦୨୩: ବମିଖାଲ ପୂଜା ମଣ୍ଡପକୁ ଆସିଥିବା ୪ ଜଣ ମହିଳା ଭକ୍ତଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପବିତ୍ର ମହାଅଷ୍ଟମୀ ଅବସରରେ କିଛି ମହିଳା ଭକ୍ତ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ବମିଖାଲ ପୂଜା ମଣ୍ଡପକୁ ଆସିଥିବା ବେଳେ ମାତ୍ର ୧୫ ମିନିଟ୍ ମଧ୍ୟରେ କିଛି ଦୁର୍ବୃତ୍ତ ସେମାନଙ୍କ ୧୦ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେଇଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୦ଟା ୪୫ ମଧ୍ୟରେ ଏହି ଘଟଣା ଘଟିଛି।

ମହିଳାମାନେ ତୁରନ୍ତ ଘଟଣା ସମ୍ପର୍କରେ ପିସିଆରକୁ ଜଣାଇଥିଲେ। ପୁଲିସ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲା। ଏହା ସହ ବମିଖାଲ ପୂଜା ମଣ୍ଡପ କର୍ତ୍ତୃପକ୍ଷ ସେମାନଙ୍କ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଛନ୍ତି।