ଏମସିଏଲ ଲେଡିଜ୍ କ୍ଲବରେ ନବରାତ୍ରୀ ପୂଜା

ଏମସିଏଲ ଲେଡିଜ୍ କ୍ଲବରେ ନବରାତ୍ରୀ ପୂଜା ଓ ଦାଣ୍ଡିଆ ନାଇଟ ପାଳିତ ହୋଇଯାଇଛି।

ଦାଣ୍ଡିଆ ନାଇଟ ପାଳିତ

ଭୁବନେଶ୍ବର, ୨୨.୧୦.୨୦୨୩: ସଂସ୍କୃତି ଏବଂ ଏକତାର ଭାବନା ସୃଷ୍ଟି କରି ନବରାତ୍ରୀ ଭାରତୀୟ ପର୍ବପର୍ବାଣୀର ପ୍ରତୀକ, ରଙ୍ଗ, କ୍ରିୟା, ସଙ୍ଗୀତ ଏବଂ ଏକତା ପ୍ରଦର୍ଶନ କରେ । ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ଗତ ଅକ୍ଟୋବର ୧୯ରେ ଏମସିଏଲ ଲେଡିଜ୍ କ୍ଲବ ପକ୍ଷରୁ ଏମସିଏଲ କ୍ଲବରେ ନବରାତ୍ରୀ ପୂଜା ଓ ଦାଣ୍ଡିଆ ନାଇଟ ପାଳିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ପଦ୍ମଜା ସିଂହ, ଶ୍ରୀମତୀ ଅଲପନା ଶୁକ୍ଳା ରାଓ, ଶ୍ରୀମତୀ ରଶ୍ମି ବେହୁରା ଏବଂ ଶ୍ରୀମତୀ ଅଞ୍ଜଳି ବାପତଙ୍କ ସହ ମହିଳା ସଭା ଓ ମହିଳା ମଣ୍ଡଳ ସଭ୍ୟମାନେ ସମସ୍ତେ ପାରମ୍ପରିକ ପୋଷାକ ପରିଧାନ କରିବା ସହ ବହୁତ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରିଥିଲେ। ଯାହା ଆଗାମୀ ବର୍ଷଗୁଡ଼ିକ ପାଇଁ ଏକ ସ୍ମରଣୀୟ ଉତ୍ସବରେ ପରିଣତ ହୋଇ ରହିବ।