ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ସମୁଦ୍ରରେ ବୁଡ଼ି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା।

ପରିବାର ସଦସ୍ୟଙ୍କ ସହ ବୁଲିବାକୁ ଆସିଥିଲେ

ପୁରୀ: ଆଜି ପୁରୀରେ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି।

ପଶ୍ଚିମବଙ୍ଗର ୪୦ ବର୍ଷୀୟ ଅର୍ଚିତ୍ ବାନାର୍ଜୀ ତାଙ୍କ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ଅପରାହ୍ନରେ ସେମାନେ ଲାଇଟ୍ ହାଉସ୍ ନିକଟ ସମୁଦ୍ରରେ ଗାଧୋଉଥିଲେ। ତେବେ ପ୍ରଚଣ୍ଡ ଲହରୀରେ ସେ ଭାସି ଯାଇଥିଲେ ବୋଲି ସୂଚନା ମିଳିଛି।

ତେବେ ସମୁଦ୍ର କୂଳରେ ନିୟୋଜିତ ଲାଇଫ୍ ଗାର୍ଡମାନେ ଅର୍ଚିତଙ୍କୁ ଉଦ୍ଧାର କରି ସମୁଦ୍ର କୂଳକୁ ଆଣିବା ପରେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।