ନଭେମ୍ବର ୫ରୁ ଭୋଟର ତାଲିକାରେ ସାମିଲ ପାଇଁ ସ୍ପେସିଆଲ ଡ୍ରାଇଭ

ନଭେମ୍ବର ୫ରୁ ୧୮ ଓ ୧୯ ବର୍ଷ ବୟସର ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ ପାଇଁ ସ୍ପେସିଆଲ ଡ୍ରାଇଭ ଆରମ୍ଭ କରାଯିବ ।

ଜାନୁଆରୀ ୫ରେ ଭୋଟର ତାଲିକା

୨୬/୧୦: ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ କୁମାର ଧଳ ସୂଚନା ଦେଇଛନ୍ତି । ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରେ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ତ୍ୱରାନ୍ୱିତ କରାଯାଉଛି । ଅକ୍ଟୋବର ୨୭ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ଏବଂ ଚୂଡାନ୍ତ ଭୋଟର ତାଲିକା ୨୦୨୪ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ । ଡ୍ରାଫ୍ଟ ଭପଟର ତାଲିକା ସମସ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ ଏବଂ ନିର୍ଦ୍ଦିଷ୍ଟ ତାରିଖ ତଥା ଅକ୍ଟୋବର ୨୭ରୁ ଡିସେମ୍ବର ୯ ମଧ୍ୟରେ କୌଣସି ତ୍ରୁଟି ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯାଇ ଡିସେମ୍ବର ୨୬ ସୁଦ୍ଧା ଅଭିଯୋଗର ଶୁଣାଣି ହେବ । ଏହା ସହ ୧୮ ବର୍ଷ ବୟସରୁ ୧୯ ବର୍ଷ ବୟସର ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ପାଇଁ ନଭେମ୍ବର ୫, ୧୧, ୧୯ ଓ ୨୫ ତାରିଖରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ।