୨୮ରେ ଚନ୍ଦ୍ର ଗ୍ରହଣ

୨୮ତାରିଖ ମଧ୍ୟରାତ୍ରିରେ ଚନ୍ଦ୍ର ଗ୍ରହଣ ଲାଗିବ।

ଦେଖନ୍ତୁ କେଉଁ ରାଶି ପାଇଁ ଶୁଭଙ୍କର

ଭୁବନେଶ୍ବର, ୨୬.୧୦: ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣିମାରେ ଲାଗିବ ଚନ୍ଦ୍ର ଗ୍ରହଣ। ୨୮ ତାରିଖ ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଆଂଶିକ ଚନ୍ଦ୍ର ଗ୍ରହଣ ଭାରତର ସମସ୍ତ ସ୍ଥାନରୁ ଦୃଶ୍ୟମାନ ହେବ। ଗ୍ରହଣ ସମୟ ରାତି ୧ଟା ୫ ମିନିଟରୁ ଆରମ୍ଭ ହୋଇ ୨ଟା ୨୪ରେ ଶେଷ ହେବ। ଚନ୍ଦ୍ର ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ରହିବ। ଏଥିପାଇଁ ଦିନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକତ୍ୟାଗ ହେବ।

ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ ସମୟରେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ରାଶି ପାଇଁ ଚନ୍ଦ୍ରକୁ ଦେଖିବା ଅଶୁଭ ହୋଇଥିବା ବେଳେ ଅନ୍ୟ ସମସ୍ତ ରାଶି ପାଇଁ ଦର୍ଶନ ଶୁଭଙ୍କର ହେବ। ସେହିପରି ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପ୍ଟେମ୍ବର ୭ରେ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି।