କଟକର ନୂଆ ଜିଲ୍ଲାପାଳ ନରହରି ସେଠୀ

କଟକରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

ନୂତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ

କଟକ, ୨୬.୧୦: କଟକରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।
ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ରାଜ୍ୟ ସରକାର ବଦଳି କରି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୭୩ (୧୯୭୪ ର ଆଇନ) ଧାରା ୨୦(୧) ଅନୁଯାୟୀ ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ରାଜ୍ୟ ସରକାର ଓଏଏସ୍ (ଏସ୍ଏଜି) ଶ୍ରୀ ନରହରି ସେଠୀଙ୍କୁ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି।