୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଲେ ସର୍ଭିସ ଆସୋସିଏସନ

ତାଙ୍କୁ ନୂଆ ଭୂମିକା ପାଇଁ ଶୁଭେଚ୍ଛା

ପରିବର୍ତନ ଅଧିକ ସ୍ପଷ୍ଟ ହେବ

ଭୁବନେଶ୍ଵର, ୨୭.୧୦: ରାଜ୍ୟ ସରକାରଙ୍କ ବିଭିନ୍ନ ସେବା ସଂଘ ଆଜି ନବୀନ ନିବାସରେ ୫ଟି, ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟି ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

୫ଟି ଇନିସିଏଟିଭ୍ ଓ ନବିନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ବ ଗ୍ରହଣ କରିଥିବାରୁ ସେମାନେ ଖୁସି ବ୍ୟକ୍ତ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରି ସେ ରାଜ୍ୟର ପରିବର୍ତନର ନେତୃତ୍ୱ ନେଇଛନ୍ତି ବୋଲି ସେମାନେ କହିଛନ୍ତି।
ଏବେ ପରିବର୍ତ୍ତନ ଆହୁରି ସ୍ପଷ୍ଟ ହେବ ବୋଲି ସେମାନେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ସହଯୋଗ ପାଇଁ ସଂଘର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭିକେ ପାଣ୍ଡିଆନ୍ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାରୀ ବ୍ୟବସ୍ଥା ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ପାଣ୍ଡିଆନ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

୫ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଘଗୁଡ଼ିକ ହେଲା

ଓଡ଼ିଶା ସଚିବାଳୟ ସେବା ସଂଘ।

ଓଡ଼ିଶା ସଚିବାଳୟ ପିଏସ୍ ଓ ପିଏ ସର୍ଭିସ୍ ଆସୋସିଏସନ୍

ଓଡ଼ିଶା ରାଜସ୍ଵ ଅମଲା ସଂଘ

ଆଉଟସୋର୍ସିଂ କର୍ମଚାରୀ ମହାସଂଘ

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ

ଭିଏଡବ୍ଲ୍ୟୁ ଆସୋସିଏସନ୍

କେନ୍ଦୁପତ୍ର କର୍ମଚାରୀ ମହାସଂଘ

ଆରବିଏସକେ ଆୟୁଷ ଡାକ୍ତର ସଂଘ

ଓଡ଼ିଶା ଏଚ୍ଓଡି ମନ୍ତ୍ରୀସ୍ତରୀୟ ସଂଘ

ସରକାରୀ ହାଇସ୍କୁଲ ସିବିଟି ଶିକ୍ଷକ ସଂଘ

ସରକାରୀ ହାଇସ୍କୁଲ ଏନପିଏସ ଶିକ୍ଷକ ସଂଘ

ଏସଟି ଓ ଏସସି ଲେଡି ମେଟ୍ରୋନ ଆସୋସିଏସନ

ଓଡ଼ିଶା ଏଚ୍ ଓଡି ସେକ୍ସନ୍ ଅଫିସର୍ସ ଆସୋସିଏସନ୍

ଫରେଷ୍ଟ ଡିଏଲଆର ଆସୋସିଏସନ

ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ସଂଘ

ଓଡ଼ିଶା ପୋଲିସ ସେବା ସଂଘ

ଓଡ଼ିଶା ପୁଲିସ ଆସୋସିଏସନ୍

ଓଡ଼ିଶା ପୁଲିସ ହାବିଲଦାର, ସିପାହୀ ଓ କନଷ୍ଟେବଳ ସଂଘ।

ଅଖିଳ ଓଡ଼ିଶା ଆୟୁଷ ଡାକ୍ତର ସଂଘ