ଓଡ଼ିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା: ରଘୁବର

ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ରଘୁବର

ଭୁବନେଶ୍ବର, ୩୦.୧୦: ଓଡିଶାର ନୂତନ ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଜଭବନରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପୂର୍ବରୁ ଆଜି ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପରେ ରଘୁବର ଗଣମାଧ୍ୟମରେ କହିଛନ୍ତି ଯେ, ମୁଁ ବହୁତ ଭାଗ୍ୟଶାଳୀ, ଓଡ଼ିଶାର ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ମିଳିଲା। ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି। ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଓଡ଼ିଶାର ଗରିବ, ଶୋଷିତ ଓ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ ସେଥିପ୍ରତି ଚେଷ୍ଟା ଜାରି ରହିବ। ଜଣେ ମହାସେବକ ଭାବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ଗରିବଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦାୟିତ୍ୱ ନେବି। ରାଜଭବନ ଦ୍ୱାର ଗରିବଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ।