ଆଇପିଏସ୍ ସ୍ତରରେ ଅଦଳବଦଳ

ଓଡ଼ିଶା ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି।

ଗୃହ ବିଭାଗର ବିଜ୍ଞପ୍ତି ଜାରି

ଭୁବନେଶ୍ବର, ୩୧.୧୦: ଓଡ଼ିଶା ସରକାର ମଙ୍ଗଳବାର ଆଇପିଏସ୍ କ୍ୟାଡରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ ଥିବା ଅରୁଣ କୁମାର ରାୟଙ୍କୁ କଟକ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ସ୍ୱତନ୍ତ୍ର ଡିଜିପି ତଥା ଏଚ୍ ଆର୍ ପିସି ଭାବେ କାର୍ଯ୍ୟରତ ଥିବା ଏ.ଏମ୍. ପ୍ରସାଦଙ୍କୁ ଜେଲ୍ ଡିଜି ଓ ଓଡ଼ିଶା ସଂଶୋଧନ ସେବା ନିର୍ଦେଶକ ଭାବେ ବଦଳି କରାଯାଇଛି।

କଟକ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ଶ୍ରୀ ଲଳିତ ଦାସଙ୍କୁ ଆଡିସନାଲ ଡିଜିପି, ଏଚ୍ ଆର୍ ପିସି ଭାବେ ନିଯୁକ୍ତି ଦିଆଯାଇଛି।

ଭୁବନେଶ୍ବର – କଟକ କମିଶନରେଟ ପୋଲିସ ଆଡିସନାଲ ସିପି ଭାବେ ଅବସ୍ଥାପିତ ଥିବା ଶ୍ରୀ ଉମାଶଙ୍କର ଦାସଙ୍କୁ ଡିଆଇଜି, ଏସ୍ଆଇଡବ୍ଲ୍ୟୁ ଭାବେ ନିଯୁକ୍ତି ଦିଆଯାଇଛି।

ଡିଆଇଜି ମୁଖ୍ୟାଳୟ ବ୍ରିଜେଶ ରାୟଙ୍କୁ ବଦଳି କରାଯାଇ କମିସନରେଟ୍ ପୁଲିସର ଅତିରିକ୍ତ ସିପି ଭାବେ ଅବସ୍ଥାପିତ କରାଯାଇଛି।