ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ମିଳିବ ଫ୍ରି ୱାଇ-ଫାଇ ସୁବିଧା

ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମୌଳିକ ବିକାଶ ସହ ଗୁଣାତ୍ମକ ବିକାଶକୁ ଅଧିକ ତ୍ଵରାନିତ କରିବା ଦିଗରେ ମାଗଣା ୱାଇ ଫାଇ ସେବା ପ୍ରମୁଖ ମାଧ୍ୟମ ସାଜିବ ବୋଲି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ବିକାଶର ପ୍ରମୁଖ ମାଧ୍ୟମ ସାଜିବ ଫ୍ରି ୱାଇ-ଫାଇ: ବିସିଜେଡି ସଭାପତି

ଭୁବନେଶ୍ବର, ୦୧.୧୧: ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟରେ ମାଗଣା ୱାଇଫାଇ ସେବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଛାତ୍ର ବିଜେଡ଼ି ।

ରାଜ୍ୟ ସରକାରଙ୍କ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ପରିସରରେ ମାଗଣା ୱାଇ-ଫାଇ ବ୍ୟବସ୍ଥା ନିଷ୍ପତ୍ତିକୁ ସ୍ଵାଗତ ଜଣାଇଲା ଛାତ୍ର ବିଜେଡ଼ି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ମାନଙ୍କରେ ମାଗଣା ୱାଈ ଫାଇ ସୁବିଧା ବ୍ୟବସ୍ଥା ନିମନ୍ତେ ଏକ ଘୋଷଣା ନାମା ପ୍ରକାଶ କରିଛନ୍ତି। ଏହା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କୁଳସଚିବଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଦିଆଯାଇଛି।
ଏହି ପରିପେଖିରେ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଅଛନ୍ତି। ଅଧିକାଂଶ ପାଠ୍ୟକ୍ରମ ଅନଲାଇନ ରେ ଥିବାରୁ ମାଗଣା ୱାଇଫାଇ ବ୍ୟବସ୍ଥା ନିଶ୍ଚିତ ଛାତ୍ରଛାତ୍ରୀ ମାନଙ୍କୁ ସୁବିଧା ପ୍ରଧାନ କରିବ।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସମସ୍ତ ବିଶ୍ଵବିଦ୍ୟାଳୟରେ ମାଗଣା ୱାଇ- ଫାଇ ବ୍ୟବସ୍ଥା ନିଷ୍ପତ୍ତିକୁ ଛାତ୍ର ବିଜେଡ଼ି ସ୍ଵାଗତ କରିବା ସହ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ଏବଂ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହା ସହ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମୌଳିକ ବିକାଶ ସହ ଗୁଣାତ୍ମକ ବିକାଶକୁ ଅଧିକ ତ୍ଵରାନିତ କରିବା ଦିଗରେ ମାଗଣା ୱାଇ ଫାଇ ସେବା ପ୍ରମୁଖ ମାଧ୍ୟମ ସାଜିବ ବୋଲି ମୋର ଆଶା ଓ ବିଶ୍ବାସ। ଏଣୁ ଏହି ଅବସରରେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହ 5ଟି ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନଙ୍କୁ ମଧ୍ଯ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ।