ଉଦଘାଟିତ ହେଲା ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଆଜି କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ ହୋଇ ଯାଇଛି।

ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମିଳିତ ସହଯୋଗରେ ଉଦଘାଟନ

ଭୁବନେଶ୍ବର, ୦୧.୧୧: କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମିଳିତ ଭାବେ ଆଜି ଉଦଘାଟନ କରିଛନ୍ତି।

ଏହି ଅବସରରେ ୨୦୨୩-୨୪ ଶିକ୍ଷାବର୍ଷରେ କଲେଜରେ ନାମ ଲେଖାଇଥିବା ୧୦୦ ଜଣ ଏମବିବିଏସ ଛାତ୍ରଛାତ୍ରୀଙ୍କ ପ୍ରଥମ ବ୍ୟାଚ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଉଦଘାଟନ ପରେ ଛାତ୍ରୀଛାତ୍ରମାନେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।

୪୩.୧୮ ଏକର ପରିମିତ ଅଞ୍ଚଳରେ ୫୩୧ କୋଟି ଟଙ୍କା ବିନିଯୋଗରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ଏହି ଅନୁଷ୍ଠାନରେ ଥିବା ମୋଟ ୨୨ଟି ବିଭାଗରେ ୪୯ ଜଣ ଅଧ୍ୟାପକ ଓ ୩୮ ଜଣ ବରିଷ୍ଠ ଶିକ୍ଷକ ଅଛନ୍ତି।