ଭିଜିଲାନ୍ସ ପଞ୍ଝାରେ ଜେଇ

ଲାଞ୍ଚ ନେବା ବେଳେ ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ) ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ଚଢାଉ

ଗଞ୍ଜାମ,୦୨.୧୧: ଲାଞ୍ଚ ନେବା ବେଳେ ଧରା ପଡିଲେ ଜଣେ କନିଷ୍ଠ ଯନ୍ତ୍ରୀ(ଜେଇ)। ଗଞ୍ଜାମ ଜିଲ୍ଲାରେ ଏକ ବିଲ୍ଡିଂର ପ୍ଲାନ୍ ଅନୁମୋଦନ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ (ଜେଇ) ସାଗରିକା ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢାଉ ପରେ ଆୟ ବହିର୍ଭୂତ ଦୃଷ୍ଟି କୋଣରୁ ସାଗରିକାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଦଫା ୭ ପିସି ସଂଶୋଧନ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି।