ଶିକ୍ଷାନୁଷ୍ଠାନର ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ: ବିସିଜେଡି

ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକର ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କଲେ ଛାତ୍ର ବିଜେଡି କର୍ମକର୍ତ୍ତା।

ପାଣ୍ଡିଆନଙ୍କୁ ଭେଟିଲେ ଛାତ୍ର ବିଜେଡି

ଭୁବନେଶ୍ୱର, ୦୨.୧୧: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ନିମନ୍ତେ ୫ଟି ରୂପାନ୍ତରିକରଣ ମାଧ୍ୟମରେ ୫ଟି ଗ୍ରସ୍ତ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନଙ୍କୁ ମଞ୍ଜୁର ହୋଇଥିବା ଅର୍ଥରାଶି ଏବଂ ଶିକ୍ଷା ବ୍ୟବସ୍ଥାରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ପରିପେଖିରେ ଆଜି ବିଜୁ ଛାତ୍ର ଜନତା ଦଳର ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରାଗଲା।

ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା ସମେତ ଜିଲ୍ଲା ସଭାପତି ଏବଂ ପ୍ରମୁଖ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷିରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୫ଟି ଗ୍ରସ୍ତ ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ମଞ୍ଜୁର ହୋଇଥିବା ଅର୍ଥରାଶି ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ବିକାଶ ସହ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଯାହାଦ୍ଵାରା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସଦା ସର୍ବଦା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ତାଙ୍କର ଗୁଣାତ୍ମକ ବିକାଶ ନିମନ୍ତେ ଗୁରୁତ୍ବ ପ୍ରଦାନ କରିଆସିଥିବାରୁ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି।