ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଅମାପ ସମ୍ପତ୍ତି : କୋଟିଏରୁ ଉର୍ଦ୍ଧ୍ଵ ମୂଲ୍ୟର ଘର, ଗାଡି ଓ ୨୦ ପ୍ଲଟ ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଉପରେ ଚଢାଉ କରାଯାଇଛି।

ଆହୁରି ଖୋଜା ଚାଲିଛି କଳା ଧନ

ଭୁବନେଶ୍ବର, ୦୩.୧୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ କଟକ ଜିଲ୍ଲା ସାଲିପୁରସ୍ଥିତ ଗ୍ରାମ୍ୟ ପୂର୍ତ୍ତ ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅର୍ଜୁନ କୁମାର ସାହୁଙ୍କ ଘରେ ଆଜି ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଥିଲା। ଯାହା ପରେ ଦେଖିବାକୁ ମିଳିଛି ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଅମାପ ସମ୍ପତ୍ତି।

ଏବେ ଯାଏଁ ନଗଦ ୫ ଲକ୍ଷ ୪୦ ହଜାର ସହ ୮୬ ଲକ୍ଷରୁ ଅଧିକ ବ୍ୟାଙ୍କ ଜମା ଠାବ ହୋଇଥିବା ବେଳେ ୨ଟି କୋଠା ସହ ୨୦ଟି ପ୍ଲଟ ଠାବ କଲାଣି ଭିଜିଲାନ୍ସ। ଏହା ସହ ମିଳିଥିବା ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟିରୁ ଅଧିକ ମୂଲ୍ୟର ହେବ। ଏହା ସହ ୩ଟି ୪ ଚକିଆ ଗାଡ଼ି ମଧ୍ୟ ଠାବ କରିଛି ଭିଜିଲାନ୍ସ।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା,ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାର ୮ଟି ସ୍ଥାନରେ ଏବେ ବି ରେଡ୍ ଜାରି ରଖିଛନ୍ତି।